ଓଡ଼ିଶାଲାଇଭ୍ ବ୍ୟୁରୋ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’କୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଓଡ଼ିଶାର ସ୍ଵାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଚିଠି ଲେଖିଛନ୍ତି। ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବାକୁ ଏହି ଚିଠିରେ କୁହାଯାଇଛି।

ଜିଲ୍ଲା ଓ ସବଡିଭିଜନ ସ୍ତରରେ ସରକାରୀ ଖର୍ଚ୍ଚରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିପାଇଁ ସିନେମା ହଲରେ ସ୍ଵତନ୍ତ୍ର ସୋ ଆୟୋଜିତ ହେବ। ବିଶେଷ ସ୍କ୍ରିନିଂର ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବୃଦ୍ଧିକରିବାକୁ ଉତ୍ସାହିତ କରିବା ବୋଲି କୁହାଯାଇଛି। ଏଥିପାଇଁ ସିନେମା ହଲରେ ସ୍ଵତନ୍ତ୍ର ସୋ ଆୟୋଜିତ ହେବ।

ଓଡ଼ିଶାରେ ମ୍ୟାଲେରିଆର ନାଶ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଆଧାରିତ ଏହି ‘ଦମନ’ ଚଳଚ୍ଚିତ୍ରର ବିଷୟବସ୍ତୁ। ଏଥିରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକାରଣ ଓ ତାହା ସମ୍ବନ୍ଧୀୟ ଅନ୍ୟ କାହାଣୀ ଦର୍ଶା ଯାଇଛି। ବାବୁସାନଙ୍କ ଅଭିନୀତ ‘ଦମନ’ ଚଳଚ୍ଚିତ୍ର ରବିବାର ସନ୍ଧ୍ୟା ୫ଟା ସମୟରେ ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନେକ ଉଚ୍ଚ ଅଧିକାରୀମାନେ ଏହି ଚଳଚ୍ଚିତ୍ର ଦେଖିଥିଲେ। ଏହା ସେମାନଙ୍କୁ ବହୁତ ପସନ୍ଦ ଆସିଥିଲା।

ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Tags: #Cinema #SpecialShow #DistrictLevel #OdiaCinema #Daman #Entertainment

LEAVE A REPLY

Please enter your comment!
Please enter your name here