ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ନଭେମ୍ଵର ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଅସିନଥିଲା। ଶେଷରେ ୭୭ ବର୍ଷରେ ଆଖୁ ବୁଜିଛନ୍ତି ବିକ୍ରମ ଗୋଖଲେ ।

ଆଜି ସନ୍ଧ୍ୟା ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ। ବିକ୍ରମଙ୍କ ମୃତ୍ୟୁ ଖବର ଶୁଣି ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାରାମାନେ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

Tags: #VikramGokhle #Actor #Death #Bollywood

LEAVE A REPLY

Please enter your comment!
Please enter your name here