ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ୯ଟି ସ୍ୟାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଶନିବାର ସକାଳ ୧୧ଟା ୫୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି। ପିଏସଏଲଭି-ସି୫୪ ରକେଟ୍ ଜରିଆରେ ଏହି ସଫଳ ଉତକ୍ଷେପଣ ହୋଇଛି। ଏହି ୯ଟି ସାଟେଲାଇଟ୍ ମଧ୍ୟରେ ରହିଛି ମୁଖ୍ୟ ସ୍ୟାଟେଲାଇଟ୍  ଓସେନସ୍ୟାଟ-୦୬ ଓ ୮ଟି ନାନୋ ସ୍ୟାଟେଲାଇଟ। ଏହି ଉତକ୍ଷେପଣ ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି।

ଏହି ସ୍ୟାଟେଲାଇଟ ଗୁଡିକ ମଧ୍ୟରେ ରହିଛି ଭାରତ ଓ ଭୁଟାନ ମିଳିତ ସ୍ୟାଟେଲାଇଟ୍ ଭୁଟାନସ୍ୟାଟ୍। ଏଥିରେ ରିମୋଟ ସେନସିଂ କ୍ୟାମେରା ଲାଗିଛି। ଏହାଛଡା ଏହି ରକେଟ୍ ଆମେରିକାର ଏକ କମ୍ପାନିର ୪ଟି ନାନୋ ସ୍ୟାଟେଲାଇଟକୁ ଉଦ୍ଧିଷ୍ଟ କକ୍ଷରେ ପହଞ୍ଚାଇଛି।

ଓସେନସେଟ-୦୬ ସାଟେଲାଇଟ୍ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ। ଏଥିସହ ସମୁଦ୍ର ମଧ୍ୟରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିବ। ଏହି ସାଟେଲାଇଟର ଓଜନ ୧୧୧୭ କିଲୋ ରହିଛି।

“ଏହି ଉତକ୍ଷେପଣ ପିଏସଏଲଭି ରକେଟର ୫୬ତମ ସଫଳ ଯାତ୍ରା ଥିଲା। ଏହା ଇସ୍ରୋର ଏକ ଭରସାଯୋଗ୍ୟ ରକେଟ ଓ ଏହା ଇସ୍ରୋକୁ ବିଶ୍ଵ ମହାକାଶ ବଜାରରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି।” କହିଛନ୍ତି ମିଶନ ଡାଇରେକ୍ଟର ଏସ. ଆର୍ ବିଜୁ।

Tags: #ISRO #Sriharikota #Successfullaunch #Oceensat-06 #Nanosatellites #PSLV

Comment