ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭସ୍ତମ୍ଭ। ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାର ମଣ୍ଡଳୀ ପଡ଼ିଆଠାରେ ଧନୁଯାତ୍ରା ନିମନ୍ତେ ଶୁଭସ୍ତମ୍ଭ ଏବଂ ଇନ୍ଦ୍ରଧ୍ଵଜ ସ୍ଥାପନ କରିଛନ୍ତି ଧନୁଯାତ୍ରା ମହୋତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ମୋନିଷା ବାନାର୍ଜୀ।

ଶୁଭସ୍ତମ୍ଭ ସ୍ଥାପନ ପୂର୍ବରୁ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଏକ ବିରାଟ ପଟୁଆର ବାହାରିଥିଲା ହାଟପଦାକୁ। ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟର ତାଳେତାଳେ ଶୋଭାଯାତ୍ରା ପହଞ୍ଚିଥିଲା ସଞ୍ଚାର ମଣ୍ଡଳୀ ପଡ଼ିଆଠାରେ। ଏହା ପରେ ଜିଲ୍ଲାପାଳ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ଏସପି, ଧନୁଯାତ୍ରା ମହୋତ୍ସବ କମିଟର ସଦସ୍ୟ, ସମସ୍ତ କଳାକାର ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ପାଳନ ହେବ ହୀରକ ଜୟନ୍ତୀ। ଏଥିପାଇଁ ଜୋରସୋର ଆୟୋଜନ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ଧନୁଯାତ୍ରାର ମହାନାୟକ କଂସ ମହାରାଜା ହେବେ ହୃଷିକେଶ ଭୋଇ।

Tags: #BargarhDhanujatra #Subhastambha #Kholamancha #Hatapada #Collector

LEAVE A REPLY

Please enter your comment!
Please enter your name here