ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ପକ୍ସୋ କୋର୍ଟ।
୨୦୧୪ ମସିହାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିଲା ଏହି ଗଣଦୁଷ୍କର୍ମ। ଚକୋଲେଟ୍ ନେଇ ଫେରୁଥିବା ବେଳେ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଉଠାଇ ନେଇ ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ। ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Tags: #Jagatsinghpur #Tirtol #DeathSentence #Rape #Minor #POCSOCourt #Odisha