ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ ଫଟୋ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଡିସେମ୍ବର ୪ ଯାଏଁ ଚାଲିବ ଏହି ମେଗା ଇଭେଣ୍ଟ।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ–୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ ହୋଇ ରହିଛି। ଓଡ଼ିଶାରେ ଶିଳ୍ପାୟନର ପ୍ରଗତିକୁ ନେଇ ପାଞ୍ଚ ଦିନ ଧରି ମାନସମନ୍ଥନ କରାଯିବ। ଆଗାମୀ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ଭିତରେ ଏହି କନକ୍ଲେଭ ଉତ୍ସାହ ଭରିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆୟୋଜନ କରାଯାଉଛି। ଚଳିତ ବର୍ଷ ଦେଶ ବିଦେଶର ନାମୀଦାମୀ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨୦୧୬ ଏବଂ ୨୦୧୮ ମେକ୍‌ ଇନ୍‌ ଓଡ଼ିଶାର ସଫଳ ରୂପାୟନ ପରେ ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ମେକ୍ ଇନ୍ ଓଡ଼ିଶା-୨୦୨୨ ପାଇଁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିବା ନିବେଶକ ସମ୍ମିଳନୀ।

ଜାଣନ୍ତୁ, କେଉଁ ଦିନ କ’ଣ ରହିଛି କାର୍ଯ୍ୟକ୍ରମ?

ନଭେମ୍ବର ୩୦ ତାରିଖ ସନ୍ଧ୍ୟାରେ ମେକ୍‌ ଇନ୍‌ ଓଡ଼ିଶା ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ସେ କନକ୍ଲେଭ ପରିଦର୍ଶନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମେକ୍‌ ଇନ୍‌ ଓଡ଼ିଶା ତୃତୀୟ ସଂସ୍କରଣର କଣ୍ଟ୍ରି ପାର୍ଟନର୍‌ ରହିଛନ୍ତି ଜର୍ମାନୀ, ଜାପାନ ଏବଂ ନରୱେ। ତେଣୁ ଏହି ୩ଟି ଦେଶରୁ ଆସିଥିବା ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ଡିସେମ୍ବର ୧ ତାରିଖରେ ଏକ ସ୍ୱତନ୍ତ୍ର ଅଧିବେଶନ କରାଯିବ। ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ୍ସ ଆଦି ଉପରେ ଆଲୋଚନା କରାଯିବ।

ଡିସେମ୍ବର ୨ ତାରିଖରେ ସ୍କିଲ୍‌ଡ ଇନ୍‌ ଓଡ଼ିଶା ଉପରେ ସ୍ୱତନ୍ତ୍ର ଅଧିବେଶନ ରହିଛି। ତା’ଛଡ଼ା ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ସହିତ ୧୦ଟି ସେକ୍ଟର ଉପରେ ଅଧିବେଶନ ରହିଛି।

ସେହିପରି ଡିସେମ୍ବର ୩ ତାରିଖରେ ମହିଳା ଔଦ୍ୟୋଗିକ ପ୍ଲେନାରୀ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣ ଆଦି ଉପରେ ଅଧିବେଶନ ରହିଛି। ଏହିଦିନ ଉଦଯାପନୀ ସମୋରୋହ ମଧ୍ୟ ରହିଛି।

ଡିସେମ୍ବର ୪ ତାରିଖରେ ସାଧାରଣ ଲୋକମାନେ ପ୍ରଦର୍ଶନୀ ବୁଲିବାର ସୁଯୋଗ ପାଇବେ। ଏହିଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଫୁଡ୍‌ କୋର୍ଟ ମଧ୍ୟ ରହିବ।

ମେକ୍‌ ଇନ୍‌ ଓଡ଼ିଶା ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ରୋଡ୍‌ ସୋ’ ଆୟୋଜନ କରି  ଦେଶ ବିଦେଶର ଉଦ୍ୟୋଗପତିମାନଙ୍କୁ ଓଡ଼ିଶାକୁ ଅମନ୍ତ୍ରଣ କରିଥିଲେ।

କନକ୍ଲେଭର ଆକର୍ଷଣ

ବିଜେନସ୍‌ ଲିଡରସିପ୍‌ ଟକ୍‌

ଟେକ୍ନୋଲୋଜି ଟ୍ରାନ୍ସଫର

ସ୍କିଲଡ ଇନ୍‌ ଓଡ଼ିଶା

ୱିମେଡ଼ ଅନ୍ତ୍ରପ୍ରେନୋୟରସିପ୍‌

ସାଂସ୍କୃତିକ କାର୍ଯ୍ୟକ୍ରମ

ମେକ୍‌ ଇନ୍‌ ଓଡ଼ିଶା ଏକ୍ସପୋ

ଥିମ୍‌ ପାଭିଲିୟନ

୩ଟି ପ୍ରଦର୍ଶନୀ ହଲ୍‌

ପେଡ୍‌ ଫୁଡ୍‌ କୋର୍ଟ

ମିଡିଆ ଲାଉଞ୍ଜ

ପ୍ଲୋନାରୀ ହଲ୍‌

ମୁଖ୍ୟମନ୍ତ୍ରୀ ଏବଂ ଭିଆଇପି ଲାଉଞ୍ଜ

୫ କନଫରେନ୍ସ ହଲ୍‌

#MakeinOdishaConclave #InvestOdisha #OdishaStartup #OdishaInvestorsMeet #MIO2022

Comment