ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ବୁଧବାର ଦିନ ହାଜର ହୋଇଛନ୍ତି ଖଗେଶ୍ଵର ପାତ୍ରଙ୍କ ବିଜନେସ୍ ପାର୍ଟନର ଅବିନାଶ ପ୍ରିୟଦର୍ଶୀ। ମଙ୍ଗଳବାର ଦିନ ଏହି ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ  ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ଵାଇଁ।

ପ୍ରମୋଦ ସ୍ଵାଇଁଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ। ଇଡି କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସେ ଗଣମାଧ୍ୟମକୁ କହିଥିଲେ “ଅର୍ଚ୍ଚନା ମୋତେ ବ୍ଲାକମେଲ କରୁଥିଲେ”।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଏହା ପୂର୍ବରୁ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଦୁଇ ଦୁଇଥର ଇଡି କାର୍ଯ୍ୟାଳୟରେ ହାଜର ହୋଇସାରିଛନ୍ତି। ଏହି ମାମଲାରେ ଜଣେ ବ୍ୟବସାୟୀ ଅମୀୟ ଦାସ, ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଏବଂ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଇଡିରେ ହାଜର ହୋଇଥିବାବେଳେ ଆଜି ଖଗେଶ୍ଵର ପାତ୍ରଙ୍କ ବିଜନେସ ପାର୍ଟନର ଅବିନାଶ ପ୍ରିୟଦର୍ଶୀଙ୍କ ପାଳି ପଡ଼ିଛି। ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନ ସମ୍ପର୍କରେ ଖୋଳତାଡ଼ କରିବାକୁ ଅବିନାଶଙ୍କୁ ଡାକିଛି ଇଡି।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ମୋଟ ୧୫ ଜଣଙ୍କୁ ସମନ ଜାରି କରିଛି। ବର୍ତ୍ତମାନ ସୁଦ୍ଧା ୫ ଜଣ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ଅନ୍ୟ ୧୦ ଜଣଙ୍କ ମଧ୍ୟରେ କିଏ କିଏ ରହିଛନ୍ତି ତାକୁ ନେଇ ଏବେ ସସପେନ୍ସ ବଢ଼ିଛି।

ସିନେ ପ୍ରଯୋଜକ ପ୍ରମୋଦ ସ୍ଵାଇଁଙ୍କ ଜାଗମରା ସ୍ଥିତ ଘରେ ଅର୍ଚ୍ଚନା ନାଗ ପୂର୍ବରୁ ଭଡ଼ାରେ ରହୁଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଇଡି ତାଙ୍କୁ ସମନ କରିଥିଲା।

ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଆପତ୍ତି ଜନକ ଅଭିଯୋଗ ଆଣିଥିଲେ। ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ କରିଜା। ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା।

ଅକ୍ଷୟ ପରିଜାଙ୍କ ଏହି ଅଭିଯୋଗ ପରେ ଅର୍ଚ୍ଚନା ନାଗଙ୍କ କଳା କାରବାର ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଅର୍ଚ୍ଚନା ବ୍ଲକମେଲିଂ କରି ଅନେକ ବଡ଼ ବଡ଼ିଆଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ହେବା ପରେ ଅର୍ଚ୍ଚନାଙ୍କ ସମ୍ପତ୍ତି ମାପିବା ଆରମ୍ଭ କରିଥିଲା ଇଡି। ଏହି ମାମଲାରେ ଜଣକ ପରେ ଜଣକୁ ଇଡି କାର୍ଯ୍ୟାଳାୟକୁ ଡକାରା ଚାଲିଛି।

Tags: #Crime #ArchanaNaagBlackMailCase #ED #AbinshPriyadarshi #KhageswarPatra

Comment