ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍ ଓଡ଼ିଶା’ର ପ୍ଲିନାରି ସେସନରେ ଭାରତରେ ଜାପାନର ରାଜଦୂତ ହୀରୋସି ସୁଜୁକି ଯୋଗ ଦେଇ ଓଡ଼ିଶାର ଅର୍ଥନୈତିକ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ହୀରୋସି ସୁଜୁକି କହିଥିଲେ ଯେ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତ-ଜାପାନ ଅର୍ଥନୈତିକ ସମ୍ପର୍କକୁ ଏକ ନୂଆ ଦିଗ ଦେଇଥିଲେ। ଆଗକୁ ଭାରତ ଏବଂ ପାଜାନର ଆର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆମର ଲକ୍ଷ୍ୟ ରହିଛି। ଏଥିରେ ଓଡ଼ିଶା ଏକ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୮ ମସିହା ସୁଦ୍ଧା ଓଡ଼ିଶାରେ ଜାପାନର ମାତ୍ର ୩ଟି କମ୍ପାନି କାମ କରୁଥିବାବେଳେ ବର୍ତ୍ତମାନ ଏହାର ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଦ୍ରୁତ ଆର୍ଥିକ ବିକାଶ ହେବା ଶହ ଏଠାରେ ନିବେଶର ଅନେକ ସମ୍ଭାବନା ମଧ୍ୟ ରହିଛି। ଯେଉଁମାନେ ନିବେଶ ପାଇଁ ଆଗ୍ରହୀ ଅଛନ୍ତି ସେମାନଙ୍କ ପାଇଁ ଓଡ଼ିଶା ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ହୀରୋସି ସୁଜୁକି। ରାଜଦୂତ ହେବା ପରେ ଭୁବନେଶ୍ଵରକୁ ହୀରୋସି ସୁଜୁକିଙ୍କର ଏହା ପ୍ରଥମ ଗସ୍ତ ବୋଲି ସେ କହିଛନ୍ତି।

Tags: #MakeinOdishaConclave #CMOdisha #NaveenPatnaik #HeroshiSuzuki #InvestOdisha #OdishaStartup #OdishaInvestorsMeet #MIO2022

LEAVE A REPLY

Please enter your comment!
Please enter your name here