ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍ ଓଡ଼ିଶା’ର ପ୍ଲିନାରି ସେସନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ ଓଡ଼ିଶା ଭାରତର ପ୍ରଗତିରେ ଏକ ଅଗ୍ରଣୀ ଭୂମିକା ବହନ କରିବ ବୋଲି କହିଛନ୍ତି।

ଓଡ଼ିଶାରେ ଆୟୋଜିତ ଏହି ଶିଳ୍ପ ମହାକୁମ୍ଭରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବାରୁ ଅନିଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାରେ ଶିଳ୍ପର ଦ୍ରୁତ ବିକାଶ ଲାଗି ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ “ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଯେଉଁଭଳି ଉତ୍ସାହ ରହିଛି ତାହା ମୁଁ ଅନ୍ୟ କେଉଁଠାରେ ଦେଖିନାହିଁ। ୨୨ ବର୍ଷ ଧରି ଆମେ ଓଡ଼ିଶାରେ କାର୍ଯ୍ୟ କରିଆସୁଛୁ। ଇତି ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ ଭାବେ ହୋଇଛି। ଓଡ଼ିଶାରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ର ସହ ସେମି କଣ୍ଡକ୍ଟର ଭଳି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରୁଛୁ।”

ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ବାବୁଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ରହିଥିଲା। ଏବେ ତାଙ୍କ ପୁଆ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଆମକୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାରେ ଅନେକ ସହଯୋଗ ମିଳିଛି। ନବୀନ ବାବୁଙ୍କ ଉପରେ ଓଡ଼ିଶାବାସୀଙ୍କର ଭରସା ରହିଛି। ତାଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

Tags: #MakeinOdishaConclave #CMOdisha #NaveenPatnaik #AnilAgarwal #InvestOdisha #OdishaStartup #OdishaInvestorsMeet #MIO2022

LEAVE A REPLY

Please enter your comment!
Please enter your name here