ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୦ ତାରିଖରେ ପାଳିତ ହେବାକୁ ଯାଉଛି ପୁରୀ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଏକାଦଶ ବାର୍ଷିକ ଉତ୍ସବ। ଏହି ମହାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଏଥିସହିତ ଶ୍ରୀଜଗନ୍ନାଥ ଚେତନାର ପ୍ରଚାରକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।

ସେହିଭଳି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ ତାମିଲନାଡ଼ୁ କୋଏମ୍ବାଟୁରର ଶ୍ରୀଜଗନ୍ନାଥ ମନ୍ଦିରକୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯିବ ବୋଲି ଡ. ଦାଶ କହିଛନ୍ତି। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ୫ଜଣ ସେବକ ଓ ସେବକ ପରିବାରର ସଦସ୍ୟଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯିବ। ଉତ୍ସବରେ ପ୍ରତିଷ୍ଠାନର ମୁଖପତ୍ର ଶ୍ରୀଜଗନ୍ନାଥ ଚେତନା ଲୋକାର୍ପିତ ହେବ ବୋଲି ସେ କହିଛନ୍ତି।

Tags: #TulasiMunda #ShriJagannathChetanaPratibhaSamman #ShriJagannathChetanaResearchOrganisation #SankarsranaMangaraj #JagannathTemmple

LEAVE A REPLY

Please enter your comment!
Please enter your name here