ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ୍ ୨୦୨୩ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଏଫଆଇଏଚ୍ ମାନ୍ୟତା ପାଇଥିବା ଓଡ଼ିଶାର ୪ଟି ନୂତନ ହକି ଟର୍ଫ। ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଥିବା ହକି ବିଶ୍ଵକପ୍‌ ଏହି ଟର୍ଫଗୁଡ଼ିକୁ ବ୍ୟବହାର କରାଯିବ।

ପୂର୍ବରୁ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଦୁଇଟି ଏବଂ ରାଉରକେଲାରେ ଦୁଇଟି ନୂତନ ହକିଟର୍ଫକୁ ଏଫ୍ଆଇଏଚ୍ ମାନ୍ୟତା ପ୍ରଦାନ କରିଥିଲା। କଳିଙ୍ଗ ଷ୍ଟାଡିୟମଠାରେ ଥିବା ଦୁଇଟି ଟର୍ଫ ମଧ୍ୟରୁ ଗୋଟିଏ ଟୁର୍ଣ୍ଣାମେଣ୍ଟ ମ୍ୟାଚ ପାଇଁ ଏବଂ ଅନ୍ୟଟି ଅଭ୍ୟାସ ଲାଗି ବ୍ୟବହାର କରାଯିବ। ସେହିପରି ରାଉରକେଲାରେ ମଧ୍ୟ ଗୋଟିଏରେ ବିଶ୍ଵକପ୍‌ ମ୍ୟାଚ ଖେଳାଯିବ ଏବଂ ଅନ୍ୟଟି ଅଭ୍ୟାସ ପାଇଁ ବ୍ୟବହାର ହେବ।

ଇଣ୍ଟରନ୍ୟାସନାଲ ହକି ଫେଡେରେସନ (ଏଫ୍ଆଇଏଚ୍) ବିଭିନ୍ନ ଦେଶର ହକି ଟର୍ଫଗୁଡ଼ିକୁ ମାନ୍ୟତା ପ୍ରଦାନ କରିଆସୁଛି। ଏହା ଦ୍ୱାରା ଉଚ୍ଚମାନର ହକି ପଡ଼ିଆ ନିର୍ମାଣ ସହ ଖେଳର ପ୍ରଦର୍ଶନକୁ ଉନ୍ନତ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଏଫଆଇଏଚ୍ ଏକ ଅନ୍ତର୍ଜାତୀୟ ମାନର କ୍ଵାଲିଟି ଆସ୍ୟୋରାନ୍ସ ଯୋଜନା କାର୍ଯ୍ୟକାରୀ କରିଛି।

Tags: #HockeyIndia #IndiaKaGame #HWC2023 #FIHHockey

Comment