ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଆଉ ୧୮ ଦିନ ପରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ଶ୍ରେୟସ ପୂଝାରୀ। କିନ୍ତୁ ଶୁକ୍ରବାର ଦିନ ଏକ ଦୁର୍ଘଟଣାର ଶିକାର ହୋଇ ଶ୍ରେୟସଙ୍କର ମୃତ୍ୟୁ ହୋଇଛି।

ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶ୍ରେୟସ ଆଜି ଖେଳୁଥିବା ସମୟରେ ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ଶ୍ରେୟାଂସଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଚଳିତ ବର୍ଷ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ଶ୍ରେୟସଙ୍କୁ ଚୟନ କରାଯାଇଥିଲା। ମଞ୍ଚରେ ଅଭିନୟ କରିବାକୁ ପ୍ରତିଦିନ ଅଭ୍ୟାସ କରୁଥିଲେ ସେ। ଧନୁଯାତ୍ରା ପୂର୍ବରୁ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ପାଳନ ହେବ ହୀରକ ଜୟନ୍ତୀ। ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ।

Tags: #BargarhDhanujatra #ShreyanshPujhari #Death #BalaramCharacter

Comment