ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଖାତା ମୂଲ୍ୟାୟନ। ଡିସେମ୍ବର ୯ ଏବଂ ୧୦ ତାରିଖ ଦୁଇଦିନ ମଧ୍ୟରେ ଖାତା ଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୨, ୪୫୦ ଜଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ନିଯୁକ୍ତ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଶେଷ ହୋଇଥିଲା। ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

Tags: #Education #Examination #MatricSummativeAssessmentExam #Odisha #ResultEvaluation

Comment