ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ସକାଳ ୧୦ଟାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଦିନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏହି ପରୀକ୍ଷା ନଭେମ୍ବର ୨୩ରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେବେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ।

ରାଜ୍ୟର ୩,୦୨୯ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫,୩୨,୭୧୨ ଛାତ୍ରଛାତ୍ରୀ। ନଭେମ୍ବର ୨୩ରେ ଇଂରାଜୀ, ଆସନ୍ତା ୨୫ ତାରିଖରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତରିଖରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ। କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

୩୧୬ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି। ମାଓବାଦୀ ପ୍ରବଣ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଏବଂ କୋରାପୁଟର ୫ଟି ଥାନାରେ ନୋଡାଲ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ରଖାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଛାତ୍ରଛାତ୍ରୀ କେବଳ ପେନ ଓ ଅଡମିଟ କାର୍ଡ ସାଙ୍ଗରେ ନେବାକୁ ଅନୁମତି ରହିଛି।

Tags: #Education #MatricExamination #MatricSummativeAssessmentExam #Schools #Student

Comment