ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ହରଡ଼ଘଣାରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ। ଆୟୋଜିତ ଦଳୀୟ ସଭାରେ ରାଜା କଟେରିଆଙ୍କ ‘ମୋଦୀଙ୍କୁ ହତ୍ୟା ପାଇଁ ତତ୍ପର ରୁହ’ ବୟାନ ପରେ ବିଜେପି ଶିବିରରେ କମ୍ପନ ଉଠିଛି। ରାଜା ପଟେରିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମଧ୍ୟପ୍ରଦଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା।

କ’ଣ ରହିଛି ପୂରା ଘଟଣା?

ସୋମବାର ଦିନ ଆୟୋଜିତ ଦଳୀୟ ସଭାରେ ଯୋଗ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା ରାଜା ପଟେରିଆ। ଏହି ଅବସରରେ ସେ କହିଥିଲେ, “ମୋଦୀ ନିର୍ବାଚନ ଶେଷ କରିଦେବ। ଜାତି, ଧର୍ମ, ଭାଷା ନାଁରେ ଦେଶକୁ ବାଣ୍ଟି ଦେବ। ଆଦିବାସୀ, ହରିଜନ ଏବଂ ସଂଖ୍ୟାଲଘୁଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି। ଯଦି ସମ୍ବିଧାନକୁ ବିଞ୍ଚେଇବାକୁ ଚାହୁଁଛ ତେବେ ମୋଦୀକୁ ହତ୍ୟା କରିବା ପାଇଁ ତତ୍ପର ରୁହ, ହତ୍ୟା ଅର୍ଥ ହରାଇବା।”

ସଫେଇ ଦେଲେ ରାଜା ପଟେରିଆ

ରାଜା ପଟେରିଆଙ୍କ ଏହି ବିବାଦୀୟ ବୟାନକୁ ନେଇ ରାଜନୈତିକ ମହଲରେ ଏବେ ଝଡ଼ ଉଠିଛି। ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ସଫେଇ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରାଜା ପଟେରିଆ। ସେ କହିଛନ୍ତ, “ହତ୍ୟାର ଅର୍ଥ ମୁଁ କହିବାକୁ ଚାହୁଁଥିଲି ନିର୍ବାଚନରେ ବିଜେପିକୁ ହରାଇବା। ଯେଉଁ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିଛନ୍ତି ସେ ଅଧାକଥା ରେକର୍ଡ କରିଛନ୍ତି। ଭିଡିଓକୁ ଏଡିଟ କରାଯାଇଛି।”

ରାଜା ପଟେରିଆଙ୍କ ବିବାଦୀୟ ବୟାନକୁ ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ବରିଷ୍ଠ କଂଗ୍ରେସ ନେତା ଜାଣିଶୁଣି ଏହିଭଳି ବୟାନ ଦେଇଛନ୍ତି। ରାଜା କଟେରିଆଙ୍କ ବୟାନ ଥିବା ଭିଡଓକୁ ସେ ଭଲ ଭାବେ ଶୁଣିଥିବା କହିଛନ୍ତି। ସେ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହେଉଛି ଏହା ମହାତ୍ମାଗାନ୍ଧୀଙ୍କ କଂଗ୍ରେସ ନୁହେଁ। ରାଜା କଟେରିଆ ବିବାଦୀୟ ବୟାନ ଘଟଣାରେ ମାମଲା ରୁଜୁ କରିବା ଲାଗି ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

କଂଗ୍ରେସ ନେତାଙ୍କର ଏଭଳି ବୟାନ କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ କଂଗ୍ରେସ ନେତା ଦୁଇ ଦୁଇ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ବୟାନ ଦେବା ସହ ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

Tags: #Politics #IndianPolitics #ControversialStatement #PMModi #NarendraModi #RajaPateria #MadhyaPradesh #NarottamMishra

Comment