ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ତିନିଦିନ ପରେ ପୁଣି ତାପମାତ୍ରା ଖସିବା ସହ ଶୀତ ବଢ଼ିବ। ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ତିନିଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ପରେ ତାପମାତ୍ରା ପାଖାପାଖି ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସୋମବାରଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ। ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ରାଜ୍ୟର ତାପମାତ୍ରା ସର୍ବାଧିକ ୨୯ ଡିଗ୍ରୀ ଓ ସର୍ବନିମ୍ନ ୧୭ ଡିଗ୍ରୀ ମଧ୍ୟରେ ରହିବ।

Tags: #Odisha #Winter #Temperature #Temperaturefall #CycloneMandous #IMD #Bhubaneswar

Comment