ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିୟାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ତାଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ। ସୋମବାର ଦିନ “ମୋଦୀକୁ ହତ୍ୟା କରିବା ପାଇଁ ତତ୍ପର ରୁହ…” ମନ୍ତବ୍ୟ ଦେବା ପରେ ଏହାକୁ ନେଇ ହରଡ଼ଘଣାରେ ପଡ଼ିଥିଲେ ପଟେରିଆ।

କଂଗ୍ରେସ ନେତାଙ୍କ ଏହି ବିବାଦୀୟ ବୟାନ ପରେ ବିଜେପି ଶିବିରରେ କମ୍ପନ ଉଠିବା ସହ ପଟେରିଆଙ୍କ ଗିରଫ ଦାବି କରାଯାଇଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି।

ସୋମବାର ଦିନ ଆୟୋଜିତ ଦଳୀୟ ସଭାରେ ଯୋଗ ଦେଇ କଂଗ୍ରେସ ବରିଷ୍ଠ ନେତା ରାଜା ପଟେରିଆ କହିଥିଲେ, “ମୋଦୀ ନିର୍ବାଚନ ଶେଷ କରିଦେବ। ଜାତି, ଧର୍ମ, ଭାଷା ନାଁରେ ଦେଶକୁ ବାଣ୍ଟି ଦେବ। ଆଦିବାସୀ, ହରିଜନ ଏବଂ ସଂଖ୍ୟାଲଘୁଙ୍କ ବଭିଷ୍ୟତ ଅନ୍ଧାର ହେବାକୁ ଯାଉଛି। ଯାଦି ସମ୍ବିଧାନକୁ ବିଞ୍ଚେଇବାକୁ ଚାହୁଁଛ ତେବେ ମୋଦୀକୁ ହତ୍ୟା କରିବା ପାଇଁ ତତ୍ପର ରୁହ, ହତ୍ୟା ଅର୍ଥ ହରାଇବା।”

ରାଜା ପଟେରିଆଙ୍କ ବିବାଦୀୟ ବୟାନକୁ ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୃଢ଼ ନିନ୍ଦା କରିବା ସହ ଏହି ଘଟଣାରେ ମାମଲା ରୁଜୁ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଝଡ଼ ଉଠିବା ପରେ ସେ ନିଜର ସଫେଇ ମଧ୍ୟ ରଖିଥିଲେ। କଂଗ୍ରେସ ନେତାଙ୍କର ଏଭଳି ବୟାନ କୌଣସି ନୂଆ କଥା ନୁହେଁ ଏହା ପୂର୍ବରୁ ଦୁଇ ଦୁଇ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ବୟାନ ଦେବା ସହ ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

Tags: #Politics #IndianPolitics #ControversialStatement #PMModi #NarendraModi #RajaPateria #Arrest #MadhyaPradesh #NarottamMishra

LEAVE A REPLY

Please enter your comment!
Please enter your name here