ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ଏୟାରପୋର୍ଟ ଛକଠାରେ ଏକ ବାଇକକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ ବିଜେ-୨ର ନିର୍ମଳ ଦେ।

ଗୁରୁବାର ଦିନ ଗୋଟିଏ ଟ୍ରକ୍ ଜୟପୁର ଅଭିମୁଖେ ଆସୁଥିବାବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ନିର୍ମଳଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଯାନ ବାହନ ଅଟକି ରହିଥିଲା।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଟ୍ରକ୍ ଡ୍ରାଇଭରୁ ଅଟକ ରଖିଛି। ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Koraput #Jeypure #Accident #RoadAccident #Death

Comment