ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱର ସ୍ଥିତ ଫର୍ଚୁନ୍ ପାର୍କ ସିସ୍ମୋଠାରେ ଓଡ଼ିଆ ଉଇକିମିଡିଆ ୟୁଜର ଗ୍ରୁପ୍‌ର ଚିନ୍ତନ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଓଡ଼ିଆ ଉଇକିଆଳିଙ୍କ ସମେତ କିଛି ସାନ୍ତାଳୀ ଉଇକିଆଳି ମଧ୍ୟ ଯୋଗ ଦେଇଥିଲେ। ଚିନ୍ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଉଇକିମିଡିଆ ତଥା ଅନ୍ୟାନ୍ୟ ଉଇକିମିଡିଆ ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହିତ ଉଇକିମିଡିଆ ଫାଉଣ୍ଡେସନ୍‌ର ନିୟମାବଳୀ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଓଡ଼ିଆ ଉଇକିମିଡିଆର ଦୁଇ ପରିଚାଳକ ମୃତ୍ୟୁଞ୍ଜୟ କର ଓ ଜ୍ଞାନ ରଞ୍ଜନ ସାହୁଙ୍କ ସମେତ ଶୀତିକଣ୍ଠ ଦାଶ, ଶୈଳେଶ ପଟ୍ଟନାୟକ, ସଂଗ୍ରାମ କେଶରୀ ସେନାପତି, ଅଲିଭା ସାହୁ ଏବଂ ସାନ୍ତାଳୀ ଉଇକିମିଡିଆର ପରିଚାଳକ ଆର୍. ଅଶ୍ୱିନୀ ରଞ୍ଜନ ମୁର୍ମୁଙ୍କ ସହ ରାମଜିତ ଟୁଡୁ ଓ ପ୍ରଶାନ୍ତ ହେମ୍ବ୍ରମ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଇକିମିଡଇଆ ଫାଉଣ୍ଡେସନର ସଦସ୍ୟ ମାନବପ୍ରୀତ କୌର ଓ ଉର୍ଦ୍ଦୁ ଉଇକିମିଡିଆର ଅନ୍ୟତମ ସଦସ୍ୟ ଆଫି ଆଦି ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

Tags: #OdiaWikimediaUser #OdiaWikimediaUserGroup #ChintanaShibira #OdiaWikiali #SantaliWikiali

Comment