ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ । ବଦଲପୁର ବର୍ଡର ଦେଇ ଦିଲ୍ଲୀରେ ପଶିଛି ପଦଯାତ୍ରା। ୩ହଜାର କିଲୋମିଟର ଯାତ୍ରା ସାରି ୧୦୮ ଦିନରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି କଂଗ୍ରେସର ପଦଯାତ୍ରା। କଂଗ୍ରେସ ନେତା ରାହୁଲଙ୍କ ସମର୍ଥନରେ ଚାଲୁଛନ୍ତି ଜନତା। ଅପରାହ୍ନ ୪ଟା ୩୦ମିନିଟ ସୁଦ୍ଧା ଏହି ପଦଯାତ୍ରା ଲାଲ କିଲ୍ଲାରେ ପହଞ୍ଚିବ।

ନିଜେ ରାହୁଲ ଗାନ୍ଧି ଏହି ପଦଯାତ୍ରାରେ ସାମିଲ ହେବାକୁ ବିପକ୍ଷ ଦଳକୁ ନିମନ୍ତ୍ରଣ ଦେଇଛନ୍ତି। ପ୍ରବଳ ଜନସମାଗମକୁ ନଜରରେ ରଖି କଂଗ୍ରେସ ଏକ ମେଗା ସୋ’ର ପ୍ରସ୍ତୁତି କରିଛି। ଲାଲ କିଲ୍ଲାରେ ଜନତାଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧି। ରାଜଘାଟ ସମେତ ବିଭିନ୍ନ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାହୁଲ। ‘ଭାରତ ଯୋଡୋ ଯାତ୍ରା’ରେ ଅଭିନେତା ତଥା ଏମକେଏମ ଅଧ୍ୟକ୍ଷ କମଲ ହାସନ ଯୋଗ ଦେଇପାରନ୍ତି। ଦିଲ୍ଲୀରେ ପ୍ରାୟ ୪୦ରୁ ୫୦ହଜାର ଲୋକ ‘ଭାରତ ଯୋଡା ଯାତ୍ରା’ରେ ସାମିଲ ହେବାର ସମ୍ଭାବନା ରହିଛି।

ରବିବାରଠୁ ୯ଦିନ ଯାଏ ଯାତ୍ରା ବନ୍ଦ ରହିବ। ୨ ଜାନୁଆରୀରୁ ପୁଣି ପଦଯାତ୍ରା ଆରମ୍ଭ ହେବ। ୭ ସେପଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି। ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜସ୍ଥାନ ଓ ହରିୟାଣାରେ ସରିଛି ‘ଭାରତ ଯୋଡୋ ଯାତ୍ରା’। ଆସନ୍ତା ଫେବୃଆରୀରେ ଏହା କାଶ୍ମୀରରେ ପହଞ୍ଚିବ।

Tags: #RahulGandhi #Congress #BharatJodoYatra #Delhi #MegaShow #India

Comment