ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ବିହାରର ଯୁବକ ଧୀରଜ କୁମାର। ଏକ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ତାଙ୍କର ଏହି ଯାତ୍ରା। ସମାଜରୁ ଜାତିଆଣ ଭେଦଭାବ ଦୂର କରିବା ବର୍ତ୍ତା ନେଇ ଧୀରଜ ବାହାରିଛନ୍ତି ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ପାଇଁ।

ସମାଜରେ ବର୍ତ୍ତମାନ ମଧ୍ୟ ଜାତିଆଣ ଭେଦ ଭାବ ରହିଛି। ମଣିଷ ଆଧୁନିକ ହୋଇଥିବା କଥା କହୁଥିଲେ ମଧ୍ୟ ଅନେକ ସ୍ଥାନରେ ଆଜିବି ଜାତି ପ୍ରଥାକୁ ନେଇ ଭେଦଭାବ ରହିଛି। ସମାଜରୁ ଜାତିପ୍ରଥା ଦୂର କରିବା ଉଦ୍ଦେଶ୍ୟରେ ଧୀରଜ କୁମାର ସାଇକେଲରେ ଯାତ୍ରା କରି ଲୋକଙ୍କୁ ସେଚତନ କରୁଛନ୍ତି। ପଞ୍ଜାବର ପଠାନକୋଟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସେ ସାଇକେଲରେ ଯାତ୍ରା କରୁଛନ୍ତି।

ଗୋଟିଏ ବର୍ଷ ପୂର୍ବରୁ ଧୀରଜ କୁମାର ଆରମ୍ଭ କରିଥିବା ଏହି ଯାତ୍ରା ରବିବାର ଦିନ ପହଞ୍ଚିଥିଲା ବୌଦ୍ଧ ଜିଲ୍ଲାରେ। ଅନ୍ୟପଟେ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ସିକିମ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଆଦି ୧୮ଟି ରାଜ୍ୟ ଅତିକ୍ରମ କରିଛନ୍ତି ସେ। ନିଜର ଯାତ୍ରା ସରିବା ପରେ ଏକ ପୁସ୍ତକ ଲେଖିବାକୁ ଲକ୍ଷ୍ୟ ରଖିଛନ୍ତି ଧୀରଜ କୁମାର।

Tags: #DheerajKumarBihar #CycleTravels #CasteSystem #DheerajInBoudh

LEAVE A REPLY

Please enter your comment!
Please enter your name here