ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜୟପୁର ବନଖଣ୍ଡରୁ କାଠ ଆଣି ଘରକୁ ଫେରିବା ସମୟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଧଉଡ଼ାପଦର ଗ୍ରାମର ଘାସି ମାଝି ଓ ରୁପା ମୁଦୁଲି।

ଧଉଡ଼ାପଦରର ଜଣେ ବ୍ୟକ୍ତିଙ୍କ ଘରେ ଭୋଜି ପାଇଁ ଜୟପୁର ବନଖଣ୍ଡର ଭାଲବ ହାଉସ ଜଙ୍ଗଲରୁ କାଠ ବୋଝେଇ କରି ଘାସି ଏବଂ ରୁପା ଟ୍ରକରେ ଆଣୁଥିଲେ। ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଘାସି ମାଝି ଏବଂ ରୁପା ମୁଦୁଲିଙ୍କୁ କୋରପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଜୟପୁର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Koraput #Jeypure #RoadAccident #Death

Comment