ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ହକି ମହାକୁମ୍ଭର ୯ ଦିନ ପୂର୍ବରୁ ବୁଧବାର ନେଦରଲାଣ୍ଡସ ଦଳ ଭୁବନେଶ୍ଵରରେ ପହଞ୍ଚିଛି। ଏହି ଦଳ ୨୦୧୮ ମସିହା ବିଶ୍ଵକପର ରୌପ୍ୟ ପଦକ ବିଜେତା ଥିଲା।

ନେଦରଲାଣ୍ଡସ ଦଳ ଭୁବନେଶ୍ଵରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହା ପରେ ସମସ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏକ ହୋଟେଲକୁ ନିଆଯାଇଛି। ଆସନ୍ତା ୧୪ ତାରିଖରେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମଠାରେ ହେବାକୁ ଥିବା ମ୍ୟାଚରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲାଣ୍ଡସ। ଗତ ଥର ରୌପ୍ୟ ପଦକ ପାଇ ସନ୍ତୁଷ୍ଟ ହୋଇଥିବା ନେଦରଲ୍ୟାଣ୍ଡସ ଏଥର ବିଶ୍ଵକପ୍ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି।

 

ବିଶ୍ଵକପ୍ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିଥିବା ନେଦରଲାଣ୍ଡସ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ଟି ମ୍ୟାଚ ଖେଳି ଥିବାବେଳେ ୬୧ଟି ମ୍ୟାଚ ଜିତିଛି। ନେଦରଲାଣ୍ଡସ ପ୍ରଥମ ବିଶ୍ଵକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି।

Tags: #HockeyIndia #IndiakaGame #StarsBecomeLegend #HWC2023 #NetherlandsTeam

Comment