ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ୨୦୨୩ ପୁରୁଷ ହକି ବିଶ୍ଵକପ୍। ବିଶ୍ଵକପ୍ ହକିର ୧୫ତମ ସଂସ୍କରଣ ଜାନୁଆରି ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଆଉ ୮ ଦିନ ବାକି ଥିବାବେଳେ ଭୁବନେଶ୍ୱରରେ ପହଞ୍ଚିଛି ଚିଲି ଦଳ।

ଚିଲି ଦଳ ଭୁବନେଶ୍ଵରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହା ପରେ ସମସ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏକ ହୋଟେଲକୁ ନିଆଯାଇଛି। ଜାନୁଆରି ୧୪ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ ଚିଲି।

ହକି ବିଶ୍ଵକପରେ ଚିଲି ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି। ୨୦୨୨ରେ ଦଳ ପ୍ୟାନ ଆମେରିକାନ ଗେମ୍ସର ଫାଇନାଲ ଖେଳି ହକି ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ବିଶ୍ଵକପରେ ଚିଲି ଦଳ ଗ୍ରୁପ୍ ସି ରେ ରହିଛି। ଚିଲି ଦଳ ଫରନାଣ୍ଡୋ ରେଞ୍ଜଙ୍କ ନେତୃତ୍ଵରେ ବିଶ୍ଵକପରେ ଖେଳିବ। ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ନ୍ୟୁଜିଲାଣ୍ଡ, ନେଦରଲାଣ୍ଡସ ଓ ମାଲେସିଆ ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

Tags: #HockeyIndia #IndiakaGame #StarsBecomeLegend #HWC2023 #ChileTeam

Comment