ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ। ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଯାଜପୁର ସଂରକ୍ଷିତ ଜଙ୍ଗଲରୁ ଦୁଇ ଅଭିଯୁକ୍ତ ଝାଡ୍ରାଜିଙ୍ଗ ଗ୍ରାମର ପ୍ରତାପ ଜାନୀ ଏବଂ ଅଜୟ ଦେହୁରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଟାଙ୍ଗିଆ ଜବତ କରାଯାଇଛି।

ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଘୋଡ଼ାଡିଆଁ ଗ୍ରାମ ନିକଟସ୍ଥ ଯାଜପୁର ସଂରକ୍ଷିତ ଜଙ୍ଗଲରେ ରେଞ୍ଜର ନିହାର ରଞ୍ଜନ ମଲ୍ଲିକଙ୍କ ନେତୃତ୍ଵରେ ବନ ବିଭାଗର ଏକ ଟିମ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବନ୍ଧୁକ ଏବଂ ଟାଙ୍ଗିଆ ଧରି ଗୋଟିଏ ଜଙ୍ଗଲି ବାରହାକୁ ଗୋଡ଼ାଉଥିବାବେଳେ ସେମାନଙ୍କୁ ବିନ ବିଭାଗ ଟିମ କାବୁ କରିଥିଲେ। ଦୁଇ ଅଭିଯୁକ୍ତ ପ୍ରତାପ ଜାନୀ ଏବଂ ଅଜୟ ଦେହୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Tags: #Boudh #TwoArrested #PoachingWildlife #ForestDept

Comment