ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ୍ ୨୦୨୩କୁ ରହିଲା ଆଉ ମାତ୍ର ୭ ଦିନ। ଜାନୁଆରି୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକିର ଏହି ମେଗା ଟୁର୍ଣ୍ଣାମେଣ୍ଟ। ବିଶ୍ଵକପ୍ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛି ୨୦୧୮ ହକି ବିଶ୍ଵକପ୍ ସଂସ୍କରଣର ବିଜେତା ବେଲଜିୟମ ଦଳ।

ଭୁବନେଶ୍ଵରରେ ପହଞ୍ଚିବା ପରେ ବେଲଜିୟମ ଦଳର ଖେଳାଳିମାନଙ୍କୁ ଜୋରଦାର ସ୍ଵାଗତ କରାଯାଇଛି। ଏହା ପରେ ସମସ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏକ ହୋଟେଲକୁ ନିଆଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଜାନୁଆରି ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ।

ହକି ବିଶ୍ଵକପରେ ବେଲଜିୟମ ସପ୍ତମ ଥର ଲାଗି ଅଂଶଗ୍ରହଣ କରୁଛି। ୨୦୧୮ ମସିହା ହକି ବିଶ୍ଵକପରେ ଦଳ ନେଦରଲାଣ୍ଡସକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଥିଲା। ୨୦୨୩ ବିଶ୍ଵକପରେ ବେଲଜିୟମ ଟିମ୍ ଗ୍ରୁପ୍ ‘ବି’ ରେ ରହିଛି। ଫେଲିକ୍ସ ଦିନାୟରଙ୍କ ନେତୃତ୍ଵରେ ବିଶ୍ଵକପରେ ଖେଳିବ ବେଲଜିୟମ। ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ଜର୍ମାନୀ, ଦକ୍ଷିଣ କୋରିଆ ଓ ଜାପାନ ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

Tags: #HockeyIndia #IndiakaGame #StarsBecomeLegend #HWC2023 #BelgiumTeam

 

Comment