ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବା ପାଇଁ ମାଲେସିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଦଳର ଖେଳାଳିଙ୍କୁ ସ୍ଵାଗତ କରାଯାଇଛି। ବିଶ୍ଵକପ୍ ଖେଳିବା ପାଇଁ ତୃତୀୟ ବିଦେଶୀ ଦଳ ଭାବେ ମାଲେସିଆ ଓଡ଼ିଶାରେ ଆଗମନ କରିଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ମାଲେସିଆ ଦଳକୁ ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଵାଗତ କରାଯାଇଛି। ଏହା ପରେ ସମସ୍ତ ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ମାଲେସିଆ ଦଳ ଜାନୁଆରି ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡସ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ।

ହକି ବିଶ୍ଵକପରେ ମାଲେସିଆ ନବମ ଥର ଲାଗି ଅଂଶଗ୍ରହଣ କରିବ। ୨୦୨୩ ବିଶ୍ଵକପରେ ମାଲେସିଆ ଟିମ୍ ଗ୍ରୁପ୍ ସି ରେ ରହିଛି। ମାରହନ ଜଲିଲଙ୍କ ନେତୃତ୍ଵରେ ବିଶ୍ଵକପରେ ଖେଳିବ ମାଲେସିଆ। ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ନ୍ୟୁଜିଲାଣ୍ଡ, ନେଦରଲାଣ୍ଡସ ଓ ଚିଲି ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

Tags: #HockeyIndia #IndiakaGame #StarsBecomeLegend #HWC2023 #MalaysiaTeam

Comment