ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ଵକପର ୧୫ତମ ସଂସ୍କରଣ। ହକି ବିଶ୍ଵକପରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଦିନ ୧୨ଟା ୩୦ ବେଳେ ଭୁବନେଶ୍ୱରରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ। ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦଳର ଖେଳାଳିଙ୍କୁ ବିମାନବନ୍ଦରରେ ସ୍ଵାଗତ କରାଯାଇଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଜାନୁଆରି ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା।

ହକି ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ସପ୍ତମ ଥର ଲାଗି ଅଂଶଗ୍ରହଣ କରିବାକୁ ଯାଉଛି। ୨୦୨୨ ମସିହାର ଆଫ୍ରିକା କପ୍ ଅଫ ନେସନ୍ସ ଟୁର୍ଣ୍ଣାମେଣ୍ଟ ଜିତି, ଦକ୍ଷିଣ ଆଫ୍ରିକା ଦଳ ୨୦୨୩ ପୁରୁଷ ହକି ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ବିଶ୍ଵକପରେ ଗ୍ରୁପ୍ ଏ ରେ ରହିଛି ଦକ୍ଷିଣ ଆଫ୍ରିକା ଟିମ୍। ଦାୟାନ କ୍ୟାସିମଙ୍କ ନେତୃତ୍ଵରେ ବିଶ୍ଵକପରେ ଖେଳିବ ଦକ୍ଷିଣ ଆଫ୍ରିକା। ହକି ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

Tags: #HockeyIndia #IndiakaGame #StarsBecomeLegend #HWC2023 #SouthAfricaTeam

Comment