ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାକୁ ଗୁରୁବାରଠାରୁ ଆରମ୍ଭ ହୋଇଛି ନିୟମିତ ବିମାନ ସେବା। ଏହାପୂର୍ବରୁ ଜାନୁଆରି ୭ ତାରିଖରେ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ ହୋଇଥିଲା।

ଉଡାନ ସ୍କିମ ଅଧୀନରେ ଗତ ୭ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଥିଲେ। ଥରମ ଥର ପାଇଁ ଯାତ୍ରୀଙ୍କୁ ଧରି ଉଡିଥିଲା ଆଲାଏନ୍ସ ଏୟାର ବିମାନ।

ଆଜିଠାରୁ ଆଲିଆନ୍ସ ଏୟାରର  ୭୨ ସିଟର ବିମାନ ପ୍ରତିଦିନ ଅପରାହ୍ଣ ୨ଟା ୫୫ ମିନିଟରେ ଭୁବନେଶ୍ଵରରୁ ଯାତ୍ରୀଙ୍କ ଧରି ଉଡ଼ାଣ ଭରିବ ଏବଂ ୩ଟା ୫୦ ମିନିଟରେ ରାଉରକେଲାରେ ଅବତରଣ କରିବ। ସେହିପରି ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ଵରରେ ସନ୍ଧ୍ୟା ୫ଟା ୧୦ ମିନିଟରେ ପହଞ୍ଚିବ।

Tags: #AllianceAir #AirServicetoRourkela #CMOdisha #CivilAviationMinister #BhubaneswarToRourkela #DailyAirService

Comment