ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଫଣ୍ଡି ଅଧିକାରୀଙ୍କ ସହ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅଧିକାରୀ ସନାତନ ପ୍ରଧାନ ଏବଂ କନଷ୍ଟେବଳ ସଞ୍ଜୀବ କୁମାର ପ୍ରଧାନ ଓ କେଶବ ପ୍ରଧାନ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରରେ ପୋଲିସର ସମ୍ପୃକ୍ତି ନେଇ ଦୀର୍ଘ ଦିନ ହେବ ଅଭିଯୋଗ ହେଉଥିଲା।

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟବସାୟୀଙ୍କୁ ଧରି ପରେ ଛାଡ଼ି ଦେବା ଅଭିଯୋଗରେ ଏହି ପୋଲିସ ବାବୁଙ୍କ ବିରୋଧରେ ଶୁକ୍ରବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମୀନା।

ଗତ ୧୬ ତାରିଖ ଦିନ ବଡ଼ଗୋଛାପଡ଼ା ଗ୍ରାମର ଚନ୍ଦନ ପ୍ରଧାନ ଏବଂ ସରଜିତ ମଲ୍ଲିକ ଏକ ବାଇକରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବେରେଡ଼ାବାଡ଼ି ଛକ ନିକଟରେ ସେମାନଙ୍କୁ ଧରିଥିଲେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇ କନଷ୍ଟେବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ। କିନ୍ତୁ କିଛି ସମୟ ଯାଞ୍ଚ କରିବା ପରେ ଚନ୍ଦନ ଓ ସରଜିତଙ୍କୁ ଛାଡ଼ି ଦେଇଥିଲେ।

କୌଣସି ମାମଲା ରୁଜୁ ନକରି ଫାଣ୍ଡି ଅଧିକାରୀ ଦୁଇଟି ବ୍ୟାଗରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଓ ବାଇକକୁ ନିଜ ସରକାରୀ ବାସଭବନରେ ରଖିଥିଲେ। ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବାକୁ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କ ସରକାରୀ ବାସଭାବନରୁ ଦୁଇଟି ବ୍ୟାଗରେ ଥିବା ୧୩ କିଲୋ ଗଞ୍ଜେଇ ସହ ଗୋଟିଏ ବାଇକ୍ ଜବତ କରାଯାଇଥିଲା। ଏହି ମାମଲାରେ ଫାଣ୍ଡି ଅଧିକାରୀ ଓ ଦୁଇ କନଷ୍ଟେଲଙ୍କୁ ନିଲମ୍ବିତ କରାଯାଇଛି।

Tags: #Ganja #PoliceLink #PoliceOfficerSuspended #Boudh #IllegalsGanjaSupply

Comment