ଓଡ଼ିଶାଲାଇଭ୍ ବ୍ୟୁରୋ

ହାତରେ ଲାଗିଲା ଗୋଡ଼ର ଆଙ୍ଗୁଠି। କଟକ ବଡ଼ ଡାକ୍ତରଖାନାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର। ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରିଛି। ଏଭଳି ଅସ୍ତ୍ରୋପଚାର ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଭଦ୍ରକ ଜିଲ୍ଲାର ସୀତାକାନ୍ତ ବାରିକଙ୍କ ଡାହାଣ ହାତରେ ବାମ ଗୋଡ଼ର ଆଙ୍ଗୁଠି ଲଗାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ପ୍ରାୟ ୩ ମାସ ତଳେ ସୀତାକାନ୍ତ ବାରିକ ତାମିଲନାଡୁର ଏକ କମ୍ପାନିରେ କାମ କରୁଥିବାବେଳେ ତାଙ୍କ ଡାହାଣ ହାତର ବୁଢ଼ା ଅଙ୍ଗୁଠିଟି କଟି ଯାଇଥିଲା। ସେହି ସମୟରେ କମ୍ପାନି ମାଲିକ ସୀତାକାନ୍ତଙ୍କର ଚିକିତ୍ସା କରାଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୀତାକାନ୍ତଙ୍କ ଆଙ୍ଗୁଠିର ଯାଞ୍ଚ କରାଯିବ ପରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ସୀତାକାନ୍ତଙ୍କ ହାତ ଏବଂ ଗୋଡ଼ର ଆଙ୍ଗୁଠିର ଭଲ ଭାବେ ଯାଞ୍ଚ କରାଯିବ ପରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା।

ଏହି ଅସ୍ତ୍ରୋପଚାର ୧୦ ଦିନ ପୂର୍ବରୁ କରାଯାଇଥିଲା। କିନ୍ତୁ ଡାକ୍ତରଖାନା ପକ୍ଷରୁ ଶନିବାର ଦିନ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଦୀର୍ଘ ୮ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିବାବେଳେ ଏଥିରେ ନିୟୋଜିତ ହୋଇଥିଲେ ୮ ଜଣ ଡାକ୍ତର। ଅସୀତାକାନ୍ତଙ୍କ ବାମ ଗୋଡ଼ର ଦ୍ଵିତୀୟ ଆଙ୍ଗୁଠିର ସବୁ ଷ୍ଟ୍ରକ୍ଚର ଯଥା ରକ୍ତନଳୀ, ସ୍ନାୟୁ ଏବଂ ହାଡ଼ ଆଦିକୁ ଅଲଗା କରି ରଖାଯାଇଥିଲା। ଅସ୍ତ୍ରୋପଚାର କରି ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସ୍ଥାନରେ ଜୋଡ଼ା ଯାଇଥିଲା। ଏହା ଆଗାମୀ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାମ କରିବାପାରିବ ବୋଲି କହିଛନ୍ତି ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର।

Tags: #Cuttack #SCBMedical #RareOperation

LEAVE A REPLY

Please enter your comment!
Please enter your name here