ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଙ୍ଗଳବାର ଦିନ ଦ୍ଵି’ ପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୨ଟା ୨୮ ମିନିଟରେ ଭୂମିକମ୍ପକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ। ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଆଦିଆଯାଇଛି।

ସେହିପରି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ, ପିଥୌରାଗନ ଏବଂ ଅଲମୋଡାରେ ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ, ଘରର ଆସବାବପତ୍ର ଆଦି ହଲିବାକୁ ଲାଗିଥିଲା। ଭୟରେ ଲୋକ ଘର ଏବଂ ଅଫିସରୁ ଖୋଲାସ୍ଥାନକୁ ଚାଲିଆସିଥିଲେ।

ଏହା ପୂର୍ବରୁ ଗତ ଜାନୁଆରି ୫ ତାରିଖରେ ମଧ୍ୟ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ସେତେବେଳେ ଏହା ତୀବ୍ରତା ୫.୯ ରେକର୍ଡ କରାଯାଇଥିଲା।

Tags: #DelhiNCR #Earthquake #UttarPradesh #Uttarakhand

Comment