ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ପୁରସ୍କାର ବିଜେତା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଶନିବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିବାବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକ ପ୍ରକାଶ ପାଇଛି।

ନିକଟରେ ବାଣୀ ଜୟରାମ ସଂଗୀତ ଜଗତରେ ୫୦ ବର୍ଷ ପୂର୍ଣ୍ଣ କରିଥିଲେ। ନିଜ ସଂଗୀତ କ୍ୟାରିୟରରେ ସେ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଛନ୍ତି। ସେ ଆରଡି ବର୍ମନ, କେଭି ମହାଦେବନ, ଓପି ନାୟର ଏବଂ ମଦନ ମୋହନଙ୍କ ସମେତ ଅନେକ ପ୍ରଖ୍ୟାତ ଗୀତିକାରଙ୍କ ସହ କାମ କରିଛନ୍ତି। ବାଣୀ ଜୟରାମ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠ ଦାନ କରିଛନ୍ତି।

ସଂଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବାଣୀ ଜୟରାମଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନିଜ ସଂଗୀତ କ୍ୟାରିୟରରେ ସେ ଅନେକ ଭଲ ଭଲ ଗୀତ ପାଇଁ ନିଜର କଣ୍ଠଦାନ କରିଛନ୍ତି। ସଂଗୀତ ଜଗତ ପାଇଁ ତାଙ୍କର ଯୋଗଦାନ ସବୁଦିନ ପାଇଁ ଅମର ହୋଇ ରହିବ ବୋଲି ବିଭିନ୍ନ ମହଲରେ କୁହାଯାଇଛି।

ଆଜି ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

Tags: #Singer #BaniJayram #PassesAway #Chennai #NationalAwardWinner

Comment