ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି। କ୍ୟାନ୍ସର ରୋଗ ସମ୍ପର୍କରେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା ଦ୍ଵାରା ଜଣେ କ୍ୟାନ୍ସର ପୀଡ଼ିତ ରୋଗୀର ଜୀବନ ଧାରଣର ମାନକୁ ଉନ୍ନତ କରାଯାଇପାରିବ।

ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ।

କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। ରକ୍ତ କର୍କଟ, ମୁଣ୍ଡ ଓ ଗଳା କର୍କଟ, କୋଲୋରେକ୍ଟାଲ କର୍କଟ, ପ୍ରୋଷ୍ଟେଟ କର୍କଟ, ବୋନ କର୍କଟ, ସ୍ତନ କର୍କଟ, ବ୍ଲାଡର କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କର୍କଟ, ଫୁସଫୁସ କର୍କଟ, ସର୍ଭାଇକାଲ କର୍କଟ, ଆଖି କର୍କଟ, ମୁଖ ଗହ୍ଵର କର୍କଟ, ଓଭାରିଆନ କର୍କଟ, ପାନକ୍ରିଆଟିକ୍ କର୍କଟ ଏବଂ ଜିଭରେ କର୍କଟ ଆଦି ଲୋଗରେ ଅଧିକାଂଶ ଲୋକ ପୀଡ଼ିତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ କ୍ୟାନ୍ସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନ୍ସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନ୍ସର ବୋଲି କୁହାଯାଏ। ଧୂମପାନ, ତମ୍ବାଖୁ ସେବନ ହେଉଛି ହେଡ୍‌ ଆଣ୍ଡ୍‌ ନେକ୍‌ କ୍ୟାନ୍ସର ମୂଳ କାରଣ। ତେବେ ହେଡ୍ ଆଣ୍ଡ୍ ନେକ୍ କ୍ୟାନ୍ସର କାହିଁକି ହୁଏ ? କ’ଣ ରହିଛି ଏହାର ଲକ୍ଷଣ ଏବଂ କେମିତି କରିହେବ ଚିକିତ୍ସା, ସେ ସମ୍ପର୍କରେ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସନ୍ଦୀପ କୁମାର ବାରିକ କ’ଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ଉପରେ ଦିଆଯାଇଥିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldCancerDay #Cancer #FightToCancer #HeadAndNeckCancer #DrSandipKumarBarik

Comment