ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ଢେଙ୍କାନାଳ ଜିଲ୍ଲା ମହିମା ଗାଦିରେ ଯୋରନ୍ଦା ମେଳା ବା ମାଘ ମେଳା ଆରମ୍ଭ ହୋଇଛି। ମହିମା ଧର୍ମ ପ୍ରଚାରକ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ମହିମା ସାଧୁ ସମାଜ ଉତ୍ସାହର ସହ ପାଳନ କରୁଛନ୍ତି।

ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଯୋରନ୍ଦା ପୀଠରେ ପରିସରରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ୪ ଜଣ ଡିଏସପି ଓ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ବକଳ ସମାଜ ମୁଖ୍ୟ ଗାଦି ମନ୍ଦିରରେ ନୀତିକାନ୍ତି କରିବେ ଏବଂ କୌପୁନି ସମାଜ ପାଇଁ ଭଜନ ମଣ୍ଡପ ନିକଟରେ ଅସ୍ଥାୟୀ ପୂଜା ପାଠ କରିବେ। ଆଜି ସକାଳୁ ସକାଳୁ ଯୋରନ୍ଦା ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

Tags: #Dhenkanal #JorandaMela #JorandaPitha #MaghaMela

Comment