ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ହକି ବିଶ୍ଵକପ ୨୦୨୩ର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ହକି ବିଶ୍ଵକପ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହା ସହ ସ୍ଵତନ୍ତ୍ର ଗ୍ରାମସଭା କରି ହକିର ପ୍ରଚାର ପ୍ରସାର କରାଯାଇଥିଲା। ହକିର ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି ନବରଙ୍ଗପୁର ଜିଲ୍ଲା।

ହକି ବିଶ୍ଵକପର ପ୍ରଚାର ପ୍ରସାର କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରିବା ଲାଗି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଗୁରୁବାର ଦିନ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କୁ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ, ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମାନ ପରେ ନବରଙ୍ଗପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #NabarangpurDistrict #NabarangpurDistrictAwarded #OdishaGovt #CMOdisha #NaveenPatnaik #PromotionofHockeyWorldCup2023

Comment