ଓଡ଼ିଶାଲାଇଭ୍ ବ୍ୟୁରେ

ଛତିଶଗଡ଼ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ଵଭୂଷଣ ହରିଚନ୍ଦନ। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଗୁରୁବାର ଦିନ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ବିଶ୍ଵଭୂଷଣ ହରଚନ୍ଦନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏବେ ସେ ରାଜ୍ୟର ନବମ ରାଜ୍ୟପାଳ ହୋଇଛନ୍ତି।

ଏହା ପୂର୍ବରୁ ୨୦୧୯ ମସିହା ଜୁଲାଇ ୧୬ ତାରିଖରେ ବିଶ୍ଵଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଫେବ୍ରୁଆରି ୧୨ ତାରିଖରେ ବିଶ୍ଵଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଗୁରୁବାର ଦିନ ଶପଥ ଗ୍ରହଣ ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଟି ଏସ ସିଂହଦେଓ, ଜୟସିଂହ ଅଗ୍ରୱାଲ, ଅନୀଲା ଭେଡ଼ିଆ, ଅମରଜିତ ଭଗତ, ରାଜ୍ୟପାଳଙ୍କ ପତ୍ନୀ ସୁପ୍ରଭା ହରିଚନ୍ଦନ, ପୁଅ ପୃଥ୍ଵୀରାଜ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଚରଣ ଦାସ ମହାନ୍ତ, ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ, ଛତିଶଗଡ଼ ମାନବିକ ଅଧିକାର କମିଶନର ଅଧକ୍ଷ ଗିରିଧାରୀ ନାୟକ, ବରିଷ୍ଠ ପ୍ରଶାସକ ମନ୍ମଥ କୁମାର ରାଉତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସୁବ୍ରତ ସାହୁ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଅମ୍ରିତ ଖାଲକୋ, ସହକାରୀ ବି ସି ବେହେରା ଓ ସୁଶିଲ କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ଵିବେଦୀ, ୱାଓସୋର ଛତିଶଗଡ଼ ରାଜ୍ୟ ଶାଖାର ସଭାପତି ପୂର୍ଣ୍ଣଶ୍ରୀ ରାଉତ, ବରିଷ୍ଠ ସାମ୍ବାଦିକ ସୁବାସ ମିଶ୍ର, ଦୀପକ କୁମାର ରଥ, ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର, ଚନ୍ଦ୍ରଶେଖର ସାହୁ, ନମନ ପାଣ୍ଡେ, ଶଙ୍କର ହରି, ପ୍ରତୀଶ ଗୋଏଲ, ଶଶି ସିଂହ ଓ ପଦ୍ମାକର ଗୁରୁ ପ୍ରମୁଖ ଯୋଗ ଦେଇଥିଲେ। ଶପଥ ଗ୍ରହଣ ପରେ ନୂଆ ରାଜ୍ୟପାଳଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

Tags: #BiswabhusanHarichandan #ChhatisgarhGoverner #OathTakingCeremony

Comment