ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ (ଓଇଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର। ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା।

ଅବସର ନେବା ପରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତ ୨୦୨୨ ମସିହା ଜାନୁଆରି ୧୬ ତାରିଖରୁ ଏହି ପଦବୀଟି ଖାଲି ପଡ଼ିଥିଲା।

ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୧ ମସିହା ଜାନୁଆରି ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୨୨ ମସିହା ଫେବ୍ରୁଆରି ମାସରେ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା। କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲେ।

Tags: #SureshChandraMohapatra #OERC #OathTakingCeremony

Comment