ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପାଳିତ ହେଉଛି ବିଶ୍ଵ ପଖାଳ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କରି ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ନିଜ ବାଲୁକା କଳା ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କୁ ପଖାଳ ଦିବସ ପାଳନ କରିବା ପାଇଁ ଉତ୍ସାହିତ କରିଛନ୍ତି।

ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଚିତ୍ରରେ ସଜ ପଖାଳ, ଦହି ପଖାଳ, ବଡ଼ିଚୁରା, ବାଇଗଣ ପୋଡ଼ା, ଆଳୁ ଭର୍ତ୍ତା, ଶାଗ, ମାଛ ଭଜା ଆଦିକୁ ରଖି ଏକ ସୁନ୍ଦର କଳାକୃତି ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ପଖାଳ ଦିବସରେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ଏହି ଦିନର ଶୁଭେଚ୍ଛା ଜଣାଇଥାନ୍ତି।

ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ପଖାଳ ଦିବସ ଏବେ କିଛି ବର୍ଷ ହେଲା ନୂଆ କରି ଆରମ୍ଭ ହୋଇଛି। ପ୍ରଥମେ ୨୦୧୫ ମସିହାରେ ସୋସିଆଲ ମିଡ଼ିଆରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଏହାପରଠାରୁ ଏହି ପଖାଳ ଦିବସ ଧୀରେ ଧୀରେ ଆଦୃତ ହେବାରେ ଲାଗିଛି।

 

ଏବେ ପାଖଳକୁ ସାରା ବିଶ୍ଵରେ ପରିଚିତ କରାଇବା ଓଡ଼ିଶାର ଅନେକ ହୋଟେଲ ଓ ଅନୁଷ୍ଠାନ ଲାଗିପଡ଼ିଛନ୍ତି। ପଖାଳ ଦିବସ ଅବସରରେ ସେମାନେ ପଖାଳ ସହିତ ବିଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ତିଆରି କରି ଲୋକଙ୍କୁ ପରସୁଛନ୍ତି। ବିଶ୍ଵ ପଖାଳ ଦିବସ ଦିନକୁ ଦିନ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।

Tags: #PakhalaDivas #OdiaPakhala #Pakhala #SudarsanPattanaik #SandArt #ପଖାଳଦିବସ #ପଖାଳ

Comment