ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ କେବଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ପଖାଳ ଦିବସ’ ଭାବେ ପାଳନ କରାଯାଉଛି।

ପଖାଳକୁ ନେଇ ରଚନା କରାଯାଇଛି ଅନେକ ଲୋକ ଗୀତ, ପଲ୍ଲୀ ଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ। ସେଥି ମଧ୍ୟରୁ ପଖାଳକୁ ନେଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ରଚନା କରିଥିବା ଓଡ଼ିଆ ପଲ୍ଲୀ ଗୀତ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଘରେ ଘରେ ପରିଚୟ ଲାଭ କରିଛି। ପଖାଳ ଦିବସରେ ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱକୁ ନେଇ ସଙ୍ଗୀତ ସୁଧାକର ସ୍ଵର୍ଗତ ବାଳକୃଷ୍ଣ ଦାଶଙ୍କ କଣ୍ଠରେ ସେହି ଲୋକପ୍ରିୟ ପଲ୍ଲୀ ଗୀତ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଶୁଣିବାକୁ କିଏ ବା ନ ଚାହିଁବ।

ଯେତେବେଳେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା ସେତେବେଳେ ରେଡିଓ ହିଁ ଏକମାତ୍ର ମାଧ୍ୟମ ପାଲଟି ଥିଲା। ପଖାଳକୁ ନେଇ ବାଳକୃଷ୍ଣ ଦାଶଙ୍କ କଣ୍ଠରେ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା। ଆଜି ମଧ୍ୟ ଏହି ଗୀତର ଚାହିଦା କମି ନାହିଁ।

ଏହି ଗୀତଟିରେ ପଖାଳ ସମ୍ପର୍କରେ ଟିକିନିଖି ବର୍ଣ୍ଣନା କରାଯାଇଛି। ପଖାଳ ସହ ମଣିଷର ସମ୍ପର୍କ ବିଷୟରେ କୁହାଯାଇଛି। ଏହା ସହିତ ପଖାଳ ସାଙ୍ଗକୁ ଶୁଖୁଆକୁ ରାଣୀ ଭାବେ ବର୍ଣ୍ଣନା କରାଯାଇଛି। କେବଳ ସେତିକି ନୁହେଁ ପିଆଜର ଦୁଃଖ ଏବଂ ମରିଚର ଗୁରୁତ୍ଵକୁ ନିଖୁଣ ଭାବେ ଏହି ଗୀତରେ ସ୍ଥାନ ଦିଆଯାଇଛି।

Tags: #PakhalaDivas #SangeetSudhakarBalakrushnaDash #PakhalaSong #OdiaPakhala #Pakhala #ପଖାଳଦିବସ #ପଖାଳ #ଓଡ଼ିଆପଖାଳ

Comment