ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ପଖାଳକୁ ନେଇ ରଚନା କରାଯାଇଛି ଅନେକ ଲୋକ ଗୀତ, ପଲ୍ଲୀ ଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ। ସେଥିମଧ୍ୟରୁ ପଖାଳକୁ ନେଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ରଚନା କରିଥିବା ଓଡ଼ିଆ ପଲ୍ଲୀ ଗୀତ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଘରେ ଘରେ ପରିଚୟ ଲାଭ କରିଛି।

ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱକୁ ନେଇ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣୀ ଦେବୀଙ୍କ କଣ୍ଠରେ ସେହି ଲୋକପ୍ରିୟ ପଲ୍ଲୀ ଗୀତ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଶୁଣନ୍ତୁ ଓଡ଼ିଶାଲାଇଭର ଏହି ଭିଡିଓରେ।

ଯେତେବେଳେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା ସେତେବେଳେ ରେଡିଓ ହିଁ ଏକମାତ୍ର ମାଧ୍ୟମ ପାଲଟି ଥିଲା। ପଖାଳକୁ ନେଇ ଶ୍ୟାମାମଣୀ ଦେବୀଙ୍କ କଣ୍ଠରେ ‘ଆସ ଜୀବନ ଧନ ମୋର ପଖାଳ କଂସା’ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା। ଆଜି ମଧ୍ୟ ଏହି ଗୀତର ଚାହିଦା କମ ହୋଇନାହିଁ। ଏହି ଗୀତଟିକୁ ଯେତେ ଶୁଣୁଥିବ ସେତିକି ନୂଆ ଲାଗିବ।

ଏହି ଗୀତଟିରେ ପଖାଳ ସମ୍ପର୍କରେ ଟିକିନିଖି ବର୍ଣ୍ଣନା କରାଯାଇଛି। ପଖାଳ ସହ ମଣିଷର ସମ୍ପର୍କ ବିଷୟରେ କୁହାଯାଇଛି। ଏହା ସହିତ ପଖାଳ ସାଙ୍ଗକୁ ଶୁଖୁଆକୁ ରାଣୀ ଭାବେ ବର୍ଣ୍ଣନା କରାଯାଇଛି। କେବଳ ସେତିକି ନୁହେଁ ପିଆଜର ଦୁଃଖ ଏବଂ ମରିଚର ଗୁରୁତ୍ଵକୁ ନିଖୁଣ ଭାବେ ଏହି ଗୀତରେ ସ୍ଥାନ ଦିଆଯାଇଛି।

Tags: #PakhalaDivas #PadmashreeDrShyamamaniDevi#PakhalaSong #OdiaPakhala #Pakhala #ପଖାଳ

Comment