ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ୩୦୯୯ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀ ପାଇଁ ଏକ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏବେ ଏହି ପଦବୀର ପରୀକ୍ଷା ପାଇଁ ଅନଲାଇନ ଆବେଦନ ଜାରି ରହିଛି। ମାର୍ଚ୍ଚ ୨୭ ତାରିଖରେ ଏହି ଆବେଦନ ଶେଷ ହେବ। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଓଏସଏସଏସସିର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଅନଲାଇନ ଆବେଦନ।

ଯୋଗ୍ୟତା 

  • ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଯୁକ୍ତ ୩ ପାସ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ଓଏସଏସଏସସିର ୱେବସାଇଟ osssc.gov.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
  • ମାର୍ଚ୍ଚ ୨୭ ଆବେଦନର ଶେଷ ତାରିଖ

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରଥମେ ଏକ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ। ଏହି ପରୀକ୍ଷା କେବେ ହେବ, ସେନେଇ ଓଏସଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ।

Tags: #OSSSC #JuniorAssistant #OnlineApplication #Examination #Odisha

Comment