ଓଡ଼ିଶାଲାଇଭ୍ ବ୍ୟୁରୋ

job

ଭାରତ ସରକାରଙ୍କ ଅଧିନସ୍ଥ ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆ (ଗେଲ୍) ପକ୍ଷରୁ ସିନିୟର ଆସୋସିଏଟ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଗେଲ୍ ଇଣ୍ଡିଆରେ ବିଭିନ୍ନ ବିଭାଗରେ ଖାଲିଥିବା ୧୨୦ଟି ସିନିୟର ଆସୋସିଏଟ୍ ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି।

ଗେଲ ଇଣ୍ଡିଆର ଏହି ପଦବୀଗୁଡ଼ିକର ପରୀକ୍ଷା ପାଇଁ ଏପ୍ରିଲ ୧୦ ଆବେଦନର ଶେଷ ତାରିଖ। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଗେଲ୍ ଇଣ୍ଡିଆର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସିନିୟର ଆସୋସିଏଟ୍ (ଟେକ୍ନିକାଲ) – ୭୨
  • ସିନିୟର ଆସୋସିଏଟ୍ (ଫାୟାର ଆଣ୍ଡ ସେଫ୍ଟି) – ୧୨
  • ସିନିୟର ଆସୋସିଏଟ୍ (ମାର୍କେଟିଂ) – ୬
  • ସିନିୟର ଆସୋସିଏଟ୍ (ହ୍ୟୁମାନ ରିସୋର୍ସ) – ୬ ଓ ଅନ୍ୟାନ୍ୟ ପଦବୀ

ଯୋଗ୍ୟତା

  • ସିନିୟର ଆସୋସିଏଟ୍ (ଟେକ୍ନିକାଲ)
    • ପ୍ରାର୍ଥୀମାନେ ଇଲେକ୍ଟ୍ରୋନିକ୍ସ/ ମେକାନିକାଲ୍/ ଇଣ୍ଡଷ୍ଟ୍ରିଆଲ ମ୍ୟାନୁଫ୍ୟାକ୍ଚରିଂ କିମ୍ବା ସିଭିଲ ବିଭାଗରେ ‘ବି ଟେକ୍’ ପାସ କରିଥିବା ଆବଶ୍ୟକ।
    • ସେମାନେ ‘ବି ଟେକ୍’ରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • ସିନିୟର ଆସୋସିଏଟ୍ (ଫାୟାର ଆଣ୍ଡ ସେଫ୍ଟି)
    • ପ୍ରାର୍ଥୀମାନେ ଫାୟାର ଆଣ୍ଡ ସେଫ୍ଟି ବିଭାଗରେ ‘ବି ଟେକ୍’ ପାସ କରିଥିବା ଆବଶ୍ୟକ।
    • ସେମାନେ ‘ବି ଟେକ୍’ରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • ସିନିୟର ଆସୋସିଏଟ୍ (ମାର୍କେଟିଂ)
    • ପ୍ରାର୍ଥୀମାନେ ମାର୍କେଟିଂ ବିଭାଗରେ ‘ଏମବିଏ’ ପାସ କରିଥିବା ଆବଶ୍ୟକ।
    • ସେମାନେ ‘ଏମବିଏ’ରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ସେମାନେ ତେଲ, ଗ୍ୟାସ୍, ଶକ୍ତି ଓ ଅନ୍ତର୍ଜାତୀୟ ବାଣିଜ୍ୟ ଆଦି କ୍ଷେତ୍ରରେ ଜ୍ଞାନ ରଖୁଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ଗେଲ ଗ୍ୟାସ୍ ଲିମିଟେଡର ୱେବସାଇଟ୍ gailgas.com କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଗେଲ ଇଣ୍ଡିଆ ପକ୍ଷରୁ ଏହିସବୁ ଆସୋସିଏଟ୍ ପଦବୀ ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା କେବେ ହେବ, ସେନେଇ ଗେଲ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଗେଲ୍ ୱେବସାଇଟରେ ଉପଲବ୍ଧ।

Tags: #GAIL #SeniorAssociate #OnlineApplication #Employment #Examination

LEAVE A REPLY

Please enter your comment!
Please enter your name here