ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ବିଭିନ୍ନ ଜିଲ୍ଲାରେ ସୋମବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ଝଡ଼ ପବନ ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ରବିବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖ ମଧ୍ୟ ରାତ୍ରିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଆଉ ଏକ ସଦ୍ୟତମ ପଶ୍ଚିମା-ଝଡ଼ ପ୍ରଭାବିତ କରିବ। ମାର୍ଚ୍ଚ ୨୯ ତାରିଖରେ ପ୍ରଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଥିବା ପାଣିପାଗ କେନ୍ଦ୍ର ଚେତାବନୀ ଦେଇଛି।

ରାଜ୍ୟରେ ପଶ୍ଚିମା ଝଡ଼ ଜାରି ରହିଥିବାରୁ ମାର୍ଚ୍ଚ ୨୭ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି। ମାର୍ଚ୍ଚ ୨୮ ତାରିଖରେ ମଧ୍ୟ ବିଜୁଳି ଘଡ଼ଘଡ଼ି, ଝଡ଼ ପବନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବହିବାର ସମ୍ଭାବନା ରହିଛି।

ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ଏବଂ ଝଡ଼ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଲାଗି ରହିଛି।

କେବଳ ଓଡ଼ିଶା ନୁହେଁ ଆଗାମୀ ୫ ଦିନ ଦେଶର ବିଭିନ୍ନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ଝଡ଼ ପବନ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେନାବନୀ ଜାରି କରାଯାଇଛି।

Tags: #Weather #WeatherUpdates #RainfallinOdisha #HeavyRainfall

LEAVE A REPLY

Please enter your comment!
Please enter your name here