ଓଡ଼ିଶାଲାଇଭ୍ ବ୍ୟୁରୋ

govt jobs

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଭିଏସରେ ବିଭିନ୍ନ ବିଭାଗରେ ଖାଲିଥିବା ମୋଟ ୧୦୧୦ଟି ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଏପ୍ରିଲ ୬। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟ ସଂଗଠନରେ ଏହି ନିଯୁକ୍ତି ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ପ୍ରଧାନଶିକ୍ଷକ – ୧୦୦
  • ପିଜିଟି ଶିକ୍ଷକ – ୩୧୨( ବିଭିନ୍ନ ବିଭାଗ)
  • ଟିଜିଟି ଶିକ୍ଷକ – ୩୯୩ (ବିଭିନ୍ନ ବିଭାଗ)
  • କଳା ଶିକ୍ଷକ – ୨୦୫

ଯୋଗ୍ୟତା

  • ପ୍ରଧାନଶିକ୍ଷକ
    • ପ୍ରାର୍ଥୀମାନଙ୍କ ବୟସ ୩୨ ବର୍ଷରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ‘ପୋଷ୍ଟ ଗ୍ରାଜୁଏସନ ରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ସେମାନେ ଏନସିଟିଇ ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟ ଓ ଅନୁଷ୍ଠାନରୁ ବି.ଏଡ ପାସ କରିଥିବା ଆବଶ୍ୟକ
  • ପିଜିଟି ଶିକ୍ଷକ
    • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଆବେଦନ କରିଥିବା ବିଷୟରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ପ୍ରାର୍ଥୀମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୪୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ସମସ୍ତ ପ୍ରାର୍ଥୀ ଏନସିଟିଇ ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟ ଓ ଅନୁଷ୍ଠାନରୁ ବି.ଏଡ ପାସ କରିଥିବା ଆବଶ୍ୟକ
  • ଟିଜିଟି ଶିକ୍ଷକ
    • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଆବେଦନ କରିଥିବା ବିଷୟରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ଗ୍ରାଜୁଏସନରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ପ୍ରାର୍ଥୀମାନେ ଗ୍ରାଜୁଏସନରେ ଅତିକମରେ ୪୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ସମସ୍ତ ପ୍ରାର୍ଥୀ ଏନସିଟିଇ ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟ ଓ ଅନୁଷ୍ଠାନରୁ ବି.ଏଡ ପାସ କରିଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ୪ ବର୍ଷିଆ ଇଣ୍ଟିଗ୍ରେଟେଡ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଆବେଦନ କରିପାରିବେ
    • ପ୍ରାର୍ଥୀମାନଙ୍କ ଓଡ଼ିଆ ଓ ଇଂରାଜୀରେ ପଢ଼ାଇ ପାରୁଥିବା ଦରକାର
  • କଳା ଶିକ୍ଷକ
    • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ଆବେଦନ କରିଥିବା ପ୍ରାର୍ଥୀମାନେ ଫାଇନ ଆର୍ଟସ ଓ ଭିଜୁଆଲ ଆର୍ଟସରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ପ୍ରାର୍ଥୀମାନଙ୍କ ଓଡ଼ିଆ ଓ ଇଂରାଜୀରେ ପଢ଼ାଇ ପାରୁଥିବା ଦରକାର
    • ପ୍ରାର୍ଥୀମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ପ୍ରଥମ ସବୁ ପ୍ରାର୍ଥୀମାନଙ୍କୁ ଏକ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ଦେବାକୁ ପଡ଼ିବ
  • ସିବିଟିରେ ପାସ କରିଥିବା ପ୍ରାର୍ଥୀମାନଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ହେବ
  • ଏହାପରେ ସେମାନଙ୍କର ଯୋଗ୍ୟତା ପରୀକ୍ଷା କରାଯିବ
  • ଶେଷରେ ପାସ୍ କରିଥିବା ପ୍ରାର୍ଥୀମାନଙ୍କୁ ଚୟନ କରାଯିବ

କେମିତି କରିବେ ଆବେଦନ

  • ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍ oav.edu.in କୁ ଯାଆନ୍ତୁ
  • ୱେବସାଇଟରେ ଇମେଲ ଓ ଫୋନ ନମ୍ବର ଦେଇ ‘ଲଗ ଇନ’ କରନ୍ତୁ
  • ‘ଲଗ ଇନ’ କରିସାରିବା ପରେ ନିଜର ବ୍ୟକ୍ତିଗତ ସୂଚନା ଯଥା ନାଁ, ଠିକଣା, ଶିକ୍ଷାଗତ ଯୋଗ୍ୟତା ଅଦିକୁ ଦିଅନ୍ତୁ
  • ଏହାପରେ ପରବର୍ତ୍ତୀ ପେଜକୁ ଯାଇ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଧାନଶିକ୍ଷକ ପଦବୀ ପାଇଁ ପରୀକ୍ଷା ଶୁକ୍ଳ ୨୦୦୦ ଟଙ୍କା ରହିଛି। ସେହିପରି ଶିକ୍ଷକ ପଦବୀଗୁଡ଼ିକର ପରୀକ୍ଷା ଶୁଳ୍କ ୧୫୦୦ ଟଙ୍କା ରଖାଯାଇଛି।

 

ଓଏଭିଏସର ଏହିସବୁ ଶିକ୍ଷକ ପଦବୀ ପାଇଁ ହେବାକୁ ଥିବା ସିବିଟି ପରୀକ୍ଷାର ତାରିଖକୁ ନେଇ ଆଗକୁ ସଂଘ ପକ୍ଷରୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଓଏଭିଏସ ୱେବସାଇଟରେ ଉପଲବ୍ଧ।

Tags: #OdishaAdarshVidyalaya #Teachers #OnlineApplication #Employment #Examination

Comment