ଓଡ଼ିଶାଲାଇଭ୍ ବ୍ୟୁରୋ

ମଡେଲିଂରୁ ଅଭିନୟ ଜଗତରେ ପାଦ ଦେଇଥିଲେ ଓଲିଉଡ ଅଭିନେତ୍ରୀ ଜ୍ୟୋତି ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ ଜ୍ୟୋତିଙ୍କୁ ଦେଇଥିଲା ଅଭିନୟର ନିଆରା ଅନୁଭୂତି। ଏହି ଚଳଚ୍ଚିତ୍ର ଜ୍ୟୋତିଙ୍କୁ ଓଲିଉଡ ଜଗତରେ ଦେଇଥିଲା ସ୍ଵତନ୍ତ୍ର ପରିଚୟ। ଜ୍ୟୋତିଙ୍କ ଦମଦାର ଅଭିନୟକୁ ମିଳୁଥିଲା ଦର୍ଶନଙ୍କ ଭରପୂର ପ୍ରଶଂସା।

“ଯେତେବେଳେ ମୁଁ ମଡେଲିଂ କରୁଥିଲି ଏବଂ ଅଭିନୟ ଦୁନିଆକୁ ଆସିବାକୁ ଚାହୁଁଥିଲି, ଅନେକ ଲୋକ କହୁଥିଲେ ମୁଁ ଭଲ ହିରୋଇନ ହେଇ ପାରିବିନି କି ମୋ ଦ୍ଵାରା ଭଲ ଅଭିନୟ ହେବନି। କିନ୍ତୁ ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭଳି ନେଇଥିଲି। ଧୀରେ ଧୀରେ ମୋତେ ଅଭିନୟ ଭଲ ଲାଗିଲା”, କୁହନ୍ତ ଜ୍ୟୋତି ମିଶ୍ର।

ପ୍ରଥମେ ମଡେଲିଂ ଏବଂ ପରେ ଟେଲିଭିଜନ ବିଜ୍ଞାପନରେ କାମ କରିବାର ସୁଯୋଗ ମିଳିଥିଲା ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ।  ବିଭିନ୍ନ ସ୍ଥାନରେ ରାମ୍ପ୍‌ ସୋ’ ମଧ୍ୟ ସେ କରିଛନ୍ତି। ଏକ ଜୁଏଲାରି ବିଜ୍ଞାପନର ସୁଟିଂ ବେଳେ ସବ୍ୟସାଚୀ ମହାପାତ୍ର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଅଫର କରିଥିଲେ। ଏହା ପରେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ ଜ୍ୟୋତି ମିଶ୍ର। ଗୋଟିଏ ପରେ ଗୋଟିଏ ସିନେମାରେ ଅଭିନୟ କରି ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ ଜ୍ୟୋତି ମିଶ୍ର।

Tags: #OllywoodCinema #Actress #Acting #Career #JyotiMishra

Comment