ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ପକ୍ଷରୁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ମାସିକ ୨୨ ହଜାରରୁ ୬୦ ହଜାର ଯାଏଁ ଦରମା ମିଳିବ।

ସିଆରପିଏଫରେ ବିଭିନ୍ନ ବିଭାଗରେ ଖାଲିଥିବା ୯୨୧୨ଟି କନଷ୍ଟେବଳ ପଦବୀ ପାଇଁ ମାର୍ଚ୍ଚ ୨୭ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ପଦବୀ ପୂରଣ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ। ଆବେଦନର ଶେଷ ତାରିଖ ଏପ୍ରିଲ ୨୮। ଯଦି ଆପଣମାନେ ସିଆରପିଏଫର ଏହି କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • କନଷ୍ଟେବଳ (ପୁରୁଷ) – ୯୧୦୫ (ବିଭିନ୍ନ ବିଭାଗ)
  • କନଷ୍ଟେବଳ (ମହିଳା) – ୧୦୭  (ବିଭିନ୍ନ ବିଭାଗ)

ଯୋଗ୍ୟତା

  • ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୨୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତି କମରେ ମ୍ୟାଟ୍ରିକ ପାସ କରିଥିବା ଆବଶ୍ୟକ
  • କେବଳ ଟେକ୍ନିକାଲ ବିଭାଗର ପ୍ରାର୍ଥୀମାନେ ଆଇଟିଆଇ ପାସ କରିବା ଦରକାର

କନଷ୍ଟେବଳ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ସିଆରପିଏଫର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ। ପ୍ରାର୍ଥୀମାନେ ଯେଉଁ ରାଜ୍ୟର ହୋଇଥିବେ ପରୀକ୍ଷା ଦେଇ ପରିବେ।

ଚୟନ ପ୍ରକ୍ରିୟା

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ କମ୍ପ୍ୟୁଟର ବେସଡ ଟେଷ୍ଟ ଦେବାକୁ ହେବ
  • ଏହାପରେ ପ୍ରାର୍ଥୀମାନଙ୍କ ଶାରୀରିକ ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ଶେଷରେ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ସିଆରପିଏଫର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ସିଆରପିଏଫର ୱେବସାଇଟ୍ crpf.gov.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ସିଆରପିଏଫର ଏହି କନଷ୍ଟେବଳ ପଦବୀ ପରୀକ୍ଷା ପାଇଁ ସାଧରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

ସିଆରପିଏଫ ତରଫରୁ ଏହି ପଦବୀ ପାଇଁ ଜୁଲାଇ ମାସ ପ୍ରଥମ ସପ୍ତାହରେ ପରୀକ୍ଷା କରାଯିବ। ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ସିଆରପିଏଫର ୱେବସାଇଟରେ ଉପଲବ୍ଧ।

Tags: #CRPF#Constable #OnlineApplication #Employment #Examination

Comment