ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଛି। ଆଜିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ନାମଲେଖା ମଧ୍ୟ ଆରମ୍ଭ ହୋଇଛି। ଏପ୍ରିଲ ୮ ନାମ ଲେଖାର ଶେଷ ତାରିଖ ରହିଛି। ଆସନ୍ତା ୧୧ ତାରିଖରୁ ସକାଳୁଆ ସ୍କୁଲ ହେବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ମେ’ ମାସରେ ଖରା ଛୁଟି ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୦୬ଟି ଅପଗ୍ରେଡେଡ ସ୍କୁଲରେ ସେହି ସ୍କୁଲର ଦଶମ ଶ୍ରେଣୀ ପାସ୍ ହୋଇଥିବା ଛାତ୍ରଛାତୀଙ୍କୁ ପ୍ରାଥମିକତା ଦିଆଯିବ। ଏହି ଅପଗ୍ରେଡେଡ ସ୍କୁଲଗୁଡ଼ିକରେ ଯେଉଁମାନେ ପ୍ରଧାନ ଶିକ୍ଷକ ରହିଥିଲେ ସେମାନଙ୍କୁ ଇନଚାର୍ଜ ପ୍ରିନ୍ସିପାଲ ଭାବେ ଘୋଷଣା କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ୧୦୬ ଅପଗ୍ରେଡେଡ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: #School #Admission #MorningClass #Education

Comment