ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣାରେ ଉତ୍କଳ ଦିବସ ପାଳିଲେ ପ୍ରବାସୀ ଓଡ଼ିଆ। ଏହି ଅବସରରେ ବିଶାଖାପାଟଣା ସହରର ଦଶପଲ୍ଲା ହିଲ୍ସଠାରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଖାଦ୍ୟକୁ ନେଇ ଏକ ଫୁଡ୍ ଫେଷ୍ଟିଭଲର ଆୟୋଜନ କରିଥିଲେ।

ଏହି ଫୁଡ ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିଥିଲେ ଓଡ଼ିଆ ଗୃହିଣୀ ଏବଂ କର୍ମଜୀବୀ ମହିଳା। ଓଡ଼ିଶାର ବିଭିନ୍ନ ପାରମ୍ପରିକ ସୁସ୍ଵାଦୁ ଖାଦ୍ୟ ଏଥିରେ ସ୍ଥାନ ପାଇଥିଲା। ଓଡ଼ିଆ ବାହାରେ ରହିଥିବା ଓଡ଼ିଆମାନେ ଏହି ଫେଷ୍ଟଭାଲରେ ଓଡ଼ିଆ ପାମ୍ପରିକ ଖାଦ୍ୟର ଭୁରପୂର ମଜା ନେଇଥିଲେ। ଏହି ଫୁଡ ଫେଷ୍ଟଭାଲକୁ ସଫଳ କରିବା ପାଇଁ ବିଶାଖାପାଟଣାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ୨ ମାସ ଧରି ପ୍ରୟାସ ଚଳାଇଥିଲେ।

ଫୁଡ ଫେଷ୍ଟିଭାଲରେ କାକରା, ମୋଦକ, ଦହିବରା ଆଲୁଦମ୍, ଘୁଗୁନି, ଆଳୁଚପ, ବାଇଗଣୀ, ମଣ୍ଡା ପିଠା, ମିଠା ମୁଗ ବରା ସହ ପ୍ରାୟ ୩୨ ପ୍ରକାରର ଭିନ୍ନ ଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଆ ଖାଦ୍ୟର ମଜା ଉଠାଇଥିଲେ ତେଲୁଗୁ, ବିହାରୀ, ଗୁଜରାଟିଙ୍କ ସହ ଅନ୍ୟ ସମ୍ପ୍ରଦାୟର ଲୋକ।

ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ  ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଲିଖିତ ଓଡ଼ିଆ ମାଗାଜିନ ‘ଅରୁଣିମା’ ଉନ୍ମୋଚନ କରାଯାଇଥିଲା। ଏହି ମାଗାଜିନରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଲେଖକ, ଲେଖିକାଙ୍କ ସହ ସ୍ଥାନୀୟ ଲେଖକ ଓ ଲେଖିକାଙ୍କ ଗଳ୍ପ ଓ କବିତା ସ୍ଥାନ ପାଇଛି।

୨ ମିନିଟ୍‌ ୧୧ ସେକେଣ୍ଡରେ ସଠିକ୍ ଢଙ୍ଗରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଶୁଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Tags: #UtkalDivas #UtkalaDibasa #OdishaDivas #Visakhapatnam #OdiaFoodFestival

LEAVE A REPLY

Please enter your comment!
Please enter your name here