ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଗସ୍ତରେ ଜାପାନ ଯାଇଛନ୍ତି। ଗୁରୁବାର ସେ ଟୋକିଓରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍ ୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜାପାନି ପୁଞ୍ଜପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବିଜନେସ୍ ମିଟରେ ଜାପାନ ଓ ଦକ୍ଷିଣ-ପୂର୍ବ ଏସିଆର ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଥିଲେ। ଏଠାରେ ଉପସ୍ଥିତ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ନୂଆ ଶିଳ୍ପ ନୀତି ବିଷୟରେ କହିଥିଲେ। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗ ଓ ଶିଳ୍ପର ପ୍ରସାର ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ଜଣାଇଥିଲେ।

ବୁଧବାର ମୁଖ୍ୟମନ୍ତ୍ରୀ ଟୋକିଓରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ବୈଠକ କରିବେ। ଏହାପରେ ସେମାନଙ୍କ ସହ ରାତ୍ରି ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିଟ୍ସୁ ଷ୍ଟିଲ ପ୍ଳାଣ୍ଟ ପରିଦର୍ଶନ କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ ତାରିଖରୁ ଜାପାନ ଗସ୍ତରେ ଯାଇଛନ୍ତି। ଜାପାନର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଏହି ଗସ୍ତର ଲକ୍ଷ୍ୟ ରହିଛି। ଏପ୍ରିଲ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Tags: #CmNaveenPatnaik #JapanVisit #OdishaBusinessMeet #Investment #Industry #BusinessLeaders

LEAVE A REPLY

Please enter your comment!
Please enter your name here